ପ୍ରମୁଖ ଖବର
  • ଢେଙ୍କାନାଳ : ବାଇକ ଉପରେ ଚଢ଼ିଗଲା ହାଇଓ୍ବା, ଗୋଟିଏ ପରିବାରର ୪ ମୃତ
  • ||
  • ବରଗଡ଼ରେ ନିର୍ବାଚନୀ ହିଂସା, ଛୁରା ମାଡ଼ରେ ଜଣେ ମୃତ
  • ||
  • ଭୋଟ ବର୍ଜନ କଲେ ମତଦାତା , ଦିନ ୧୨ଟା ସୁଦ୍ଧା ଫିରିଙ୍ଗିଆ ବ୍ଲକ କାମ୍ବାପଡା ବୁଥରେ ମାତ୍ର ଗୋଟିଏ ଭୋଟିଂ
  • ||
  • ଦ୍ଵିତୀୟ ପର୍ଯ୍ୟାୟ ଭୋଟ୍ ଦେଉଛି ଓଡ଼ିଶା, ସକାଳ ୧୧ଟା ସୁଦ୍ଧା ଲୋକସଭା ଆସନ ପାଇଁ ୨୧.୦୭% ମତଦାନ
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ, ଦିନ ୯ଟା ସୁଦ୍ଧା ୯.୮୬ ପ୍ରତିଶତ ମତଦାନ
  • ||
  • ସୋମବାର ଏକାମ୍ରରେ ନବୀନଙ୍କ ରୋଡ୍‌ ସୋ’: ହାଇଟେକ୍‌ ବସରେ ପ୍ରଚାର, ୮ ଛକରେ ଅଟକିବେ
  • ||
  • ବଢ଼ିଲା ବାତ୍ୟା ଭୟ, ଜିଏଫଏସ ମଡେଲର ଆକଳନ ୨୫ ତାରିଖ ସଂଧ୍ୟାରେ ଓଡ଼ିଶାରେ ହେବ ମାଡ଼
  • ||
  • ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେଉଛି ଭାରତ: ୪୯ ଆସନରେ ୬୯୫ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା
  • ||
  • ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ, ୫ ଲୋକସଭା ୩୫ ବିଧାନସଭା ଆସନରେ ଭୋଟିଂ
  • ||
  • ପୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ କରିବେ ଦର୍ଶନ
  • ||

ହରିୟାଣାରେ ବିଜେପି ସରକାରକୁ ଝଟକା, ସମର୍ଥନ ପ୍ରତ୍ୟାହାର କଲେ ୩ ସ୍ବାଧୀନ ବିଧାୟକ

ଚଣ୍ଡିଗଡ଼: ହରିୟାଣାର ନାୟବ ସିଂହ ସୈନୀଙ୍କ ସରକାରଙ୍କ ପାଇଁ ସଂକଟ ସୃଷ୍ଟି ହୋଇଛି । ସରକାରଙ୍କ ପାଖରେ ଏବେ ବହୁମତ ନଥିବା ନେଇ କଂଗ୍ରେସ ଅଭିଯୋଗ କରିଛି । ୩ ଜଣ ସ୍ବାଧୀନ ବିଧାୟକ ବିଜେପି ସରକାରଙ୍କ ପାଖରୁ ନିଜର ସମର୍ଥନ ପ୍ରତ୍ୟାହାର କରିବା ସହ କଂଗ୍ରେସ ସହ ହାତ ମିଶାଇଛନ୍ତି । ପୁଣ୍ଡ୍ରି ବିଧାୟକ ରଣଧୀର ଗୁଲାନ, ନିଲୋଖେରୀର ଧର୍ମପାଲ୍‌ ଗୋଣ୍ଡେର ଏବଂ ଦାଦ୍ରି ବିଧାୟକ ସୋମବୀର ସିଂହ ସଙ୍ଗଓ୍ବାନ ରୋହତକରେ ଆୟୋଜିତ ସାମ୍ବାଦିକ  ସମ୍ମଳନୀରେ ଏନେଇ ଘୋଷଣା କରିଛନ୍ତି । ଏପରିକି ବାଦଶାହପୁର ବିଧାୟକ ରାକେଶ ଦୌଲତାବାଦ ତାଙ୍କ ସହ ଯୋଗ ଦେବେ ବୋଲି ସଙ୍ଗଓ୍ବାନ କହିଛନ୍ତି ।

ସେପଟେ ହରିୟାଣା କଂଗ୍ରେସର ମୁଖ୍ୟ ଉଦୟ ଭାନ କହିଛନ୍ତି ଯେ, ରାଜ୍ୟ ବିଧାନସଭାରେ ଏବେ ୮୮ ଜଣ ସଦସ୍ୟ ଅଛନ୍ତି । ବିଜେପି ପାଖରେ ୪୦ ଜଣ ବିଧାୟକ ଅଛନ୍ତି ।ବିଜେପି ସରକାରଙ୍କ ପାଖରେ ଜେଜେପି ଏବଂ ନିର୍ଦ୍ଦଳୀୟ ବିଧାୟକଙ୍କ ସମର୍ଥନ ଥିଲା କିନ୍ତୁ ଏବେ ନାହିଁ ।ସୈନୀ ସରକାର ବହୁମତ ହରାଇ ସାରିଥିବା ବେଳେ ତାଙ୍କୁ ଏକ ମିନିଟ ରହିବାର ବି ହକ୍‌ ନାହିଁ ।  ତେବେ ୩ ଜଣ ସ୍ବାଧୀନ ବିଧାୟକ ବିଜେପି ପାଖରୁ ସମର୍ଥନ ପ୍ରତ୍ୟାହାର କରିବା ସହ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି ।ରୋହତକରେ ହରିୟାଣାର ପୂର୍ବତନ ସିଏମ ଭୂପେନ୍ଦ୍ର ସିଂହ ହୁଡ୍ଡା ଏବଂ ଉଦୟ ଭାନଙ୍କ ଉପସ୍ଥିତିରେ ଏଭଳି ଘୋଷଣା କରିଛନ୍ତି ୩ ନିର୍ଦ୍ଦଳୀୟ ବିଧାୟକ ।

ହରିୟାଣା ବିଧାନସଭାରେ ଏବେ ବିଧାୟକ ସଂଖ୍ୟା ୮୮ ଥିବା ବେଳେ ବହୁମତ ଲାଗି ୪୫ ବିଧାୟକଙ୍କ ସମର୍ଥନ ଜରୁରି । ଏନଡିଏ ସରକାରଙ୍କ ପାଖରେ ୪୩ ବିଧାୟକ ଅଛନ୍ତି । ବିଜେପି ପାଖରେ ୪୦, କଂଗ୍ରେସ ୩୦, ଜେଜେପି ୧୦ ଏବଂ ୬ ଜଣ ସ୍ବାଧୀନ ବିଧାୟକ ରହିଛନ୍ତି । ଏହାରି ଭିତରେ ରୋହତକରୁ କଂଗ୍ରେସର ଲୋକସଭା ପ୍ରାର୍ଥୀ ଦୀପକ ହୁଡ୍ଡା କହିଛନ୍ତି ଯେ, ବିଜେପି ୪୮ ବିଧାୟକଙ୍କ ସମର୍ଥନ ଥିବା ନେଇ ତାଲିକା ଦେଇଥିଲା ।ସେମାନଙ୍କ ମଧ୍ୟରୁ କେତେ ଜଣ ଲୋକସଭା ନିର୍ବାଚନ ଲଢ଼ୁଥିବାରୁ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଏହା ସହ ୩ ଜଣ ସ୍ବାଧୀନ ବିଧାୟକ ବିଜେପିରୁ ନିଜର ସମର୍ଥନ ପ୍ରତ୍ୟାହାର କରିବା ସହ କଂଗ୍ରେସକୁ ସମର୍ଥନ ଦେଇଛନ୍ତି । ଏଭଳି ସ୍ଥିତିରେ ରାଜ୍ୟରେ ବିଜେପି ବିରୋଧୀ ହାଓ୍ବା ରହିଥିବା ବେଳେ ପରିବର୍ତ୍ତନ ନିଶ୍ଚିତ ବୋଲି ଦୀପକ ହୁଡ୍ଡା କହିଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.